Posts

ପରି ର ଲୁହ

  ପରି ଏକ ନିର୍ଜୀବ ବସ୍ତୁ ନୁହେଁ I ଯନ୍ତ୍ରଣା ଜର୍ଜରିତ କୋମଳମତି ଶିଶୁ ମାନଙ୍କର ଏକ ପ୍ରତିନିଧି I ଦିନ ଥିଲା ସେ ମଧ୍ୟ ହସି ଖେଳି ସାଙ୍ଗ ମାନଙ୍କ ସହିତ ସମୟ ଅତିବାହିତ କରୁଥିଲା I ଚୋର ପୁଲିସ, ଖରା ଛାଇ, ଭାତ ରନ୍ଧା ଖେଳ ଖେଳି ପାଉଥିଲା ଅପୂର୍ବ ଆନନ୍ଦ I ସେ କଣ ଭାବି ଥିଲା ଦୁନିଆ କୁ ଭଲ ଭାବରେ ଦେଖିବା ଆଗରୁ ତାକୁ ଦେବାକୁ ପଡିବ ବଳିଦାନ ଏହି କୁତ୍ସିତ ମଣିଷ ପାଇଁ I ବାପା ଦାଦା ବଡବାପା ଖୁଡୀ ବଡବୋଉ ଅପା ଭାଇ ର ଏଇ ମିଛୁଆ ସମ୍ପର୍କ ତାକୁ ଯେ ଦିନେ ଏପରି ଧୋକା ଦେବେ ତାହା ଥିଲା ତାର କଳ୍ପନା ବାହାରେ I ଯଦି ଏପରି ସମାଜ ସେ ଆଗରୁ ଜାଣି ଥାନ୍ତା କେବେ ହେଲେ ମନୁଷ୍ୟ ଜୀବନ ପାଇବା ପାଇଁ ଭଗବାନ ଙ୍କୁ ପ୍ରାର୍ଥନା କରିନଥାନ୍ତା I ନା ତାର ଭକ୍ତି ରେ କିଛି କମି ରହିଗଲା ଯେ ଭଗବାନ ତାକୁ ପ୍ରଷ୍ପୁଟିତ ହେବା ଆଗରୁ ଝାଡିଦେଲେ ? ନା ସେ ମାରିଥିଲା ଫୁଲ ର ଶେଜ ନା ତାର ଦରକାର ଥିଲା ଅଚଳାଚଳ ସମ୍ପତ୍ତି I କେବଳ ତା ପିତା ମାତା ଙ୍କ ସ୍ଵପ୍ନ କୁ ଆଗକୁ ନେବାର ଇଚ୍ଛା ହିଁ ତ ଥିଲା, ସେ ତ କାହାର କିଛି ଅନିଷ୍ଟ କରିନଥିଲା ,କରିବା ତ ଛାଡ ଭାବି ବି ନଥିଲା I ତେବେ ତା ଉପରେ କାହିଁକି ଏ ନର ପଚାଶ ଙ୍କର ନଜର ପଡିଲା, କେବଳ ଏତିକି ହିଁ ତାର ଲୁହ ର କାରଣ I କିଏ ଦେବ ତାକୁ ନାୟ, କିଏ ପୋଛିବ ତାର ଲୁହ? ଅଛି କିଏ?